ଆରବିଆଇ ଡେପୁଟି ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ପ୍ରଭାତୀ ପରିଡାଙ୍କ ଶୁଭେଚ୍ଛା

29 Sep 2025 19:16:31

ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆରବିଆଇର ଡେପୁଟି ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ତାଙ୍କ ନିଯୁକ୍ତି ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ଆମ ଓଡ଼ିଶା ମାଟିର ପୁଅ ଶ୍ରୀ ଗିରୀଶ ଚନ୍ଦ୍ର ମୁର୍ମୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ତାଙ୍କୁ ଅଶେଷ ଅଭିନନ୍ଦନ ଜଣାଉଛି । ଶ୍ରୀ ମୁର୍ମୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଆସିଥିବା ଶ୍ରୀ ମୁର୍ମୁ ନୂତନ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Powered By Sangraha 9.0