ଦମନ୍ ଅଭିଯାନରେ ଜୋରଦାର ଚଢ଼ାଉ: ୩ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ

युगवार्ता    29-Sep-2026
Total Views |
ଦମନ୍ ଅଭିଯାନରେ ଜୋରଦାର ଚଢ଼ାଉ: ୩ କିଲୋ ୧୦୦ ଗ୍ରାମ


ଝାରସୁଗୁଡ଼ା, ୨୯ ସେପ୍େଟମ୍ବର (ହି.ସ.) - ବଜ୍ରରାଜନଗରରୁ ଜଣେ ଗିରଫ, ସ୍କୁଟର, ଦୁଇ ମୋବାଇଲ ଓ ନଗଦ ଟଙ୍କା ଜବତ । ବଜ୍ରରାଜନଗର ଥାନା ଅଂଚଳର ଛେଳିକୋଠି ରେଳ ଓଭରବ୍ରିଜ୍ ଛକ ନିକଟରୁ ପୁଲିସ ୩ କିଲୋ ୧୦୦ ଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ୨୯ ସେପ୍େଟମ୍ବରରେ ପାଟ୍ରୋଲିଂ ସମୟରେ ବିଶ୍ୱସନୀୟ ସୂଚନା ମିଳିବା ପରେ ବଜ୍ରରାଜନଗର ଥାନାର ଏକ ପୁଲିସ ଟିମ୍ ଏସ୍ଆଇ ମଦନ ମୋହନ ନାଏକଙ୍କ ନେତୃତ୍ୱରେ ଛେଳିକୋଠି ରେଳ ଓଭରବ୍ରିଜ୍ ଛକ ନିକଟରେ ଚଢ଼ାଉ କରିଥିଲା। ଏକ ନୀଳ ରଙ୍ଗର ଟିଭିଏସ୍ ଇଲେକ୍ଟ୍ରିକ୍ ସ୍କୁଟରରେ ଏକ ବ୍ୟାଗ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକାଇଥିଲା।

ମାଜିଷ୍ଟ୍ରେଟ୍ ଓ ସାକ୍ଷୀଙ୍କ ଉପସ୍ଥିତିରେ ବ୍ୟାଗ୍ ତଲାସି କରାଯିବା ପରେ ସେଥିରୁ ୩ କିଲୋ ୧୦୦ ଗ୍ରାମ ସନ୍ଦିଗ୍ଧ ଗଞ୍ଜେଇ ମିଳିଥିଲା। ଏହା ସହିତ ଗୋଟିଏ ନୀଳ ରଙ୍ଗର ଟିଭିଏସ୍ ଇଲେକ୍ଟ୍ରିକ୍ ସ୍କୁଟର, ଦୁଇଟି ମୋବାଇଲ ଫୋନ୍ ଏବଂ ୧,୧୫୦ ଟଙ୍କା ନଗଦ ଜବତ କରାଯାଇଛି।

ଏହି ଘଟଣାରେ ବଜ୍ରରାଜନଗର ଥାନା କୁସୁମୁଣ୍ଡା, ଗାନ୍ଧୀଛକ ଅଂଚଳର ମିଲନ ରୋହିଦାସ (୨୧) ପୁଲିସ ଗିରଫ କରିଛି। ଏନେଇ ବଜ୍ରରାଜନଗର ଥାନାରେ କେସ୍ ନମ୍ବର ୨୨୫, ତାରିଖ ୨୯.୦୯.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ସସ)ଈ/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ଜବତ ନିଶାଦ୍ରବ୍ୟର ଉତ୍ସ ଏବଂ ଏହା ପଛରେ ଥିବା ନେଟୱର୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Tags