ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ, ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

युगवार्ता    29-Sep-2026
Total Views |
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି


ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି


ବଲାଙ୍ଗିର, ୨୯ ସେପ୍େଟମ୍ବର (ହି.ସ.) ବଲାଙ୍ଗିର ମାଟିର ବରପୁତ୍ର ମହାନ ସ୍ୱାଧିନତା ସଂଗ୍ରାମୀ ଜନନେତା ତଥା ବିଶିଷ୍ଟ ଆଦିବାସୀ ନେତା ଯୁଗେଶ୍ୱର କୁମୁରାଙ୍କ ସ୍ମୃତିରେ ଚୁଡାପାଲି ଠାରେ ବର୍ଣ୍ଣାଢ୍ୟ ପରିବେଶରେ ବିଶାଳ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଜୟକୃଷ୍ଣ ମିଶ୍ରଙ୍କ ଆବାହକତ୍ୱରେ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ସ୍ମୃତି ସଭା କୁ ଶରତ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଅଶ୍ୱିନୀ କୁମାର ନାୟକ ଯୋଗ ଦେଇ ପ୍ରତିମୃର୍ତି ରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଶ୍ରୀ ବିଶି ଙ୍କ ମନ୍ତବ୍ୟରେ ବଲାଙ୍ଗିର ର ସ୍ୱାଧିନତା ଆନ୍ଦୋଳନ ଇତିହାସରେ ଯୋଗେଶ୍ୱର କୁମୁରା ଙ୍କ ନାମ ଗୌରବମୟ ଅକ୍ଷରରେ ଲିପିବଦ୍ଧ । ସେ କେବଳ ଜଣେ ସ୍ୱାଧିନତା ସଂଗ୍ରାମୀ ନୁହେଁ ବରଂ ସାମନ୍ତବାଦୀ, ଶୋଷଣ, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସାଧାରଣ ପ୍ରଜାଙ୍କ ସ୍ୱରକୁ ସଂଗଠିତ କରିଥିବା ଜଣେ ସାହାସି ଜନନେତା ଥିଲେ । ସ୍ଥାନୀୟ ଐତିହାସିକ ସ୍ମୃତି ଅନୁସାରେ ୨୯ ସେପ୍େଟମ୍ବର ୧୯୩୮ ରେ ଚୁଡାପାଲିରୁ ବଲାଙ୍ଗିର ଅଭିମୁଖେ ତାଙ୍କ ନେତୃତ୍ୱରେ ପ୍ରାୟ ୧୦ହଜାର ରୁ ଅଧିକ ପ୍ରଜାଙ୍କୁ ନେଇ ନ୍ୟାୟ, ଅଧିକାର, ସ୍ୱାଭିମାନ ଓ ଶୋଷଣମୁକ୍ତ ସମାଜ ପାଇଁ ସ୍ୱର ଉତୋଳନ କରି ଐତିହାସିିକ ପ୍ରଜାମେଳି ଆୟୋଜିତ କରିଥିଲେ । ସେହି ଐତିହାସିକ ଜନସମାବେଶ ଅଂଚଳର ପ୍ରଜା ଆନ୍ଦୋଳନ ଓ ଜନଜାଗରଣ ର ଏକ ଅମର ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିଛି । ସ୍ୱାଧିନତା ପରବର୍ତି ସମୟରେ ୧୯୫୨ ମସିହାରେ ସେ ସଂସଦୀୟ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ହୋଇ ୮୮,୬୮୯ ଭୋଟ ପାଇ ଗଣତାନ୍ତ୍ରିକ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେ ଆହୁରି କହିଥିଲେ ଯେ ପଶ୍ଚିମ ଓଡିଶା ଓ ବଲାଙ୍ଗିର ଅଂଚଳର ଅନେକ ଆଦିବାସୀ, ଦଳିତ, କୃଷକ ଓ ସାଧାରଣ ପ୍ରଜା ନେତାଙ୍କ ସ୍ୱାଧିନତା ସଂଗ୍ରାମର ଅବଦାନ ଏ ଯାବତ ଯଥୋଚିତ ଭାବରେ ଐତିହାସିକ ଦଳିଳ, ପାଠ୍ୟକ୍ରମ ଓ ଜନସ୍ମୃତିରେ ସ୍ଥାନ ପାଇ ନାହିଁ । ସେମାନଙ୍କ ଜିବନ, ସଂଗ୍ରାମ ଓ ବଳିଦାନକୁ ଗବେଷଣା, ସଂରକ୍ଷଣ ଓ ନୂତନ ପିଢି ସମ୍ମୁଖରେ ପହଂଚାଇବା ପାଇଁ ଓଡିଶା ସରକାର ତୁରନ୍ତ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି ପୀଠ ଚୁଡାପାଲି କୁ ଘୋଷଣା କରନ୍ତୁ । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ସହ ବୁଦ୍ଧିଜିବୀ ନିଳମଣି ଦଣ୍ଡସେନା, ରାଜୁ ଦିପ, ଚମରା ଧରୁଆ, ଶୁଶିଲ ବେହେରା, ପଂକଜ ମାଲ, ସନ୍ତୋଷ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସମାରୋହରେ ଉପସ୍ଥିତ ସମସ୍ତେ ମହାନ ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ଦେଶପ୍ରେମ, ସାହସ, ତ୍ୟାଗ, ଜନସେବା, ସ୍ୱାଭିମାନ ଓ ସଂଘର୍ଷର ଆଦର୍ଶକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଂଚାଇବାର ସଂକଳ୍ପ ନେଇଥିଲେ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Tags